ଜେଇଇ ମେନ୍-୨ ଫଳ ରେ  ଓଡିଶା ଟପ୍ପର କିଏ ଜାଣନ୍ତୁ ??

ଜେଇଇ ମେନ୍-୨ ଫଳ ରେ  ଓଡିଶା ଟପ୍ପର କିଏ ଜାଣନ୍ତୁ ??

ଭୁବନେଶ୍ୱର:ଜେଇଇ ମେନ୍-୨ ଫଳ ରେ  ଓଡିଶା ଟପ୍ପର କିଏ ?ଜେଇଇ ମେନ-୨ ପରୀକ୍ଷା ଦେଶର ବିଭିନ୍ନ ଇଞ୍ଜିନିୟରିଂ (ବି.ଇ/ବିଟେକ) ପାଠ୍ୟକ୍ରମରେ ନାମଲେଖା ଲାଗି ମାର୍ଚ୍ଚରେ ଅନୁଷ୍ଠିତ ର ଫଳ ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା,ଭୁବନେଶ୍ୱରସ୍ଥିତ ଓଡିଏମ ପବ୍ଲିକ ସ୍କୁଲର ଛାତ୍ର  ୯୯.୯୫ ପର୍ସେଣ୍ଟାଇଲ ରଖି ଟପର ହୋଇଛନ୍ତି । ୬ ଲକ୍ଷ ୧୯ ହଜାର ୬୩୮ ଜଣ ଛାତ୍ରଛାତ୍ରୀ  ସାରା ଦେଶକୁ  ମାର୍ଚ୍ଚ ମାସର ପରୀକ୍ଷା ଲାଗି ପଞ୍ଜୀକରଣ କରିଥିବା ବେଳେ ୧୩ ଜଣ ପରୀକ୍ଷାର୍ଥୀ ୧୦୦ ଏନଟିଏ ସ୍କୋର କରିଛନ୍ତି ।  ତେଲେଙ୍ଗାନାର ବିଆରକେ ରେଡ୍ଡୀ, ମଧୁର ଆଦର୍ଶ ରେଡ୍ଡୀ ଓ କେ.ଭି ଆଦିତ୍ୟ, ପଶ୍ଚିମବଙ୍ଗର ବି ମଣ୍ଡଳ, ଦିଲ୍ଲୀ(ଏନସିଟି)ର ସିର୍ଦ୍ଧର୍ଥ କାଲରା, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ଏମ.ଅଗ୍ରୱାଲ ଜେନିଥ ମଲହୋତ୍ରା ଓ ରୋହିତ କୁମାର, ତାମିଲନାଡୁର ଅଶ୍ୱିନୀ ଆବ୍ରାହମ, ମହାରାଷ୍ଟ୍ରର ଏ.ବି ଚାମ୍ବଟ, ବି.ଜି ମକରନ୍ଦ ଏନଟିଏ ସ୍କୋର କରିଛନ୍ତି ।ପରୀକ୍ଷା କେନ୍ଦ୍ର ବି.ଇ ଓ ବି.ଟେକ ଲାଗି ମାର୍ଚ୍ଚ ୧୬ ରୁ ୧୮ ମଧ୍ୟରେ ୩୩୪ଟି ସହରରେ  ହୋଇଥିଲା । ଓଡ଼ିଆ ସମେତ ଇଂରାଜୀ, ଗୁଜରାଟୀ,ହିନ୍ଦୀ, ଆସାମୀ, ବେଙ୍ଗଲୀ, କନ୍ନଡ, ମାଲାୟାଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧୁ ଭାଷାରେ ପରୀକ୍ଷା କରାଯାଇଥିଲା ।

LEAVE A COMMENT